ଏକଲବ୍ୟ ପ୍ରେମିକ - ବିବେକାନନ୍ଦ ପଟେଲ

କାଟଇ ଅଙ୍ଗୁଷ୍ଠି ଏକଲବ୍ୟ ଗୁରୁଦକ୍ଷିଣlରେ
ଆଜ୍ଞଧିନ ଗୁରୁଭକ୍ତି ଦୃଷ୍ଟାନ୍ତ ଏ ପୃଥିବୀ ରେ
ହୋଇଲା ଅମର        ମାତବ ଶିଷ୍ୟର
ସଦାକାଳ ପାଇଁ ମନେ ଥିବ ଏହି ଜଗତରେ ll

ମଣୁ ଅଛି ମୁହିଁ  ପିତାମାତା ମୋର ଗୁରୁଜନ
ଦେଇଣ ପାରିବିକି ତାହାଙ୍କୁତରେ ଅପମାନ
କହିଲେ ସେମାନେ ଛାଡି ଦେଏ ପ୍ରିୟା ହାତ
ସମାଜ ଜାଣିଲେ ସମାଜରେ ହେବ ମୁଣ୍ଡ ନତ
ଗୁରୁଦକ୍ଷିଣାରେ    ଏକଲବ୍ୟ ପରି
    ହୃଦୟକୁ ଦେଲି ମାରି ll



ଏକଲବ୍ୟ ଅଙ୍ଗୁଷ୍ଠିରୁ ବନ୍ଦ ରକ୍ତପାତ ହେଲାରେ
ଅଙ୍ଗୁଷ୍ଠିରୁ ଧୀରେ ଧୀରେ ଘାଆତ ଶୁଖିଗଲାରେ
ହେଲେ ମୁଁ ପ୍ରେମୀ ଏକଲବ୍ୟ କହୁଛି ଶୁଣ
ନୟନୁଁ ମୋ ଅଶ୍ରୁପାତ ବହିନ ଥମିଲାରେ ll

ସମାଜେ କାନ୍ଦନ୍ତି କେତେପ୍ରେମୀଏକଲବ୍ୟପରି
ଗୁରୁଦକ୍ଷିଣା ଦେଇ ପ୍ରେମିକାକୁ ଯେ ପାସୋରି

    ଏକଲବ୍ୟ ପ୍ରେମୀ ଯାହା ବି ଅଛରେ
   ଗୁରୁ ଆଗେ ରଖି ପ୍ରେମିକା ପଛରେ -
        ଯଦି ତମେ ଥାଅ ରଖି
ଏକଲବ୍ୟ ଠାରୁ        ଅଧିକ ଯନ୍ତ୍ରଣା
      ଆଣୁଅଛ ନିଜେ ଡାକି ll
==================

Post a Comment

0 Comments