ଟିକି ଫୁଲଟିଏ କର ମୋତେ
ବିତରିବି ମୋର ସଉରଭ,
ଟିକି ମନଟିଏ ଦିଅ ମୋତେ
ବଢ଼ାଇବି ଦେଶ ଗୌରବ l
ଟିକି ମହୁମାଛି କର ମୋତେ
ଗୁଣୁ-ଗୁଣୁ ଗୀତ ଗାଇ ଗାଇ,
ଫୁଲରୁ ଫୁଲକୁ ଉଡି-ଉଡି
ସଞ୍ଚିବି ମହୁ ମୁଁ ଦେଶ ପାଇଁ l
ଟିକି କୂଅଟିଏ କର ମୋତେ
ବାଣ୍ଟୁଥିବି ଜଳ ଜନହିତେ,
ସରିଯିବ ଜଳ ଭାବି ମୁହିଁ
କରିବିନି ଦୁଃଖ ଲବେ ଚିତ୍ତେ l
ଟିକି ଧରମାଟେ କର ମୋତେ
ଗଢ଼ିଯିବି ଶିଳା କୋଣାରକ,
ଟିକି ବାଜିଆଟେ କର ମୋତେ
ରଖିଯିବି ମୁହିଁ ଦେଶ ଟେକ l
ଟିକି ତୂଳୀଟିଏ କର ମୋତେ
ରଙ୍ଗେ ଫୁଟାଇବି ଦେଶଛବି,
ଦୁଃଖର କାଳିମା ହଟାଇବି
ଉଇଁବ ଆକାଶେ ନବ ରବି l
------------------------*--------------------
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
-------------------*--------------------------
0 Comments