ଭାଗବତ କଥା "କାଳୀୟ ଦଳନ" - ନରେନ୍ଦ୍ର ପ୍ରସାଦ ବେହେରା

ଯମୁନା ନଦୀର ଅନତି ଦୂରରେ କାଳିନ୍ଦୀ ନାମରେ ଏକ ହ୍ରଦ ଥିଲା । ସେହି ହ୍ରଦ ମଧ୍ଯରେ ରହୁଥିଲେ କାଳକୂଟ ସର୍ପ କାଳଯୟୀ । ତାର ବିଷ ପ୍ରଭାବରେ ହ୍ରଦର ଜଳ ସର୍ବଦା ଟକମକ ହୋଇ ଫୁଟୁଥିଲା ଏବଂ ଏହାର କୂଳରେ ଥିବା ସବୁ ଗଛ ଝାଉଁଳି ଯାଇଥିଲା । କେବଳ ଗୋଟିଏ ମାତ୍ର କଦମ୍ବ ଗଛ ସେଠାରେ ରହିଥିଲା,କାରଣ ଅମୃତ  ସଂଗ୍ରହ କରି ଗରୁଡ ଏହି ଗଛ ଉପରେ ବସିଥିବା ସମୟରେ,ଅମୃତର ଛିଟା ହ୍ରଦ ଭିତରକୁ ଲମ୍ଫ ଦେଇ ପହଁରିବାକୁ ଲାଗିଲେ । ହ୍ରଦରେ ଥିବା କାଳୀୟ ସର୍ପ ବାହାରି ଆସି କୃଷ୍ଣଙ୍କୁ ଦଂଶନ କରିବା ସଙ୍ଗେ ସଙ୍ଗେ ଦେହରେ ଗୁଡେଇ ହୋଇଗଲା । ତାଙ୍କ ସାଥୀମାନଙ୍କ ନିକଟରୁ ଏ ଖବର ପାଇ ନନ୍ଦରାଜା ଓ ଯଶୋଦା ବ୍ଯାକୁଳ ହୋଇ ଗୋପପୁରର ନରନାରୀ ମାନଙ୍କ ସହିତ ହ୍ରଦ କୂଳରେ ପହଞ୍ଚି ହାୟ ହାୟ କରିବାକୁ ଲାଗିଲେ । କିନ୍ତୁ କୃଷ୍ଣଙ୍କ ବଡଭାଇ ବଳରାମ ଜାଣିଥିଲେ କୃଷ୍ଣଙ୍କର ପ୍ରଭାବ କେତେ । ତେଣୁ ସେ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ ।

ତାପରେ ଚାଲିଲା କାଳୀୟ ସର୍ପ ଓ ଶ୍ରୀକୃଷ୍ଣଙ୍କ ମଧ୍ଯରେ ସଂଘର୍ଷ । ସର୍ପ ଶ୍ରୀକୃଷ୍ଣଙ୍କ ସମଗ୍ର ଶରୀରକୁ ଗୁଡେଇ ଦେବାରେ ଲାଗିଥାଏ ଏବଂ ଶ୍ରୀକୃଷ୍ଣଙ୍କ ଶରୀର ବିରାଟ ଆକାର ଧାରଣ କରିବାରେ ଲାଗିଥାଏ । ସାପ ଗୁଡେଇ ଗୁଡେ଼ଇ କ୍ଲାନ୍ତ ହୋଇ ପଡିଲା । ଆଉ ପାରିଲି ନାହିଁ । କୃଷ୍ଣ ସାପର ଲାଞ୍ଜକୁ ଧରି ନିଜକୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଫଣା ଉପରକୁ ଚଢିଯାଇ ନିଜ ରୂପରେ ନାଚିବାକୁ ଲାଗିଲେ । ତାଙ୍କର ପଦାଘାତରେ ସାପର ଫଣାରୁ ଝର ଝର ହୋଇ ରକ୍ତ ବାହାରିବାକୁ ଲାଗିଲା । ଏହି ସମୟରେ ଦେବତାଗଣ କାଳୀୟ ସର୍ପର ଫଣା ଉପରେ ଶ୍ରୀକୃଷ୍ଣଙ୍କର ନୃତ୍ୟ ଦେଖି ପୁଷ୍ପବୃଷ୍ଟି କରିବାରେ ଲାଗିଲେ । 
କାଳୀୟ ସର୍ପର ମୃତପ୍ରାୟ ଅବସ୍ଥା ଦେଖି ନାଗପତ୍ନୀମାନେ ଧାଇଁ ଆସି ବିକଳ ହୋଇ ପତିର ପ୍ରାଣ ଭିକ୍ଷା କଲେ । ଭଗବାନ କାଳୀୟ ଦଳନରୁ କ୍ଷାନ୍ତ ହେଲେ । ସର୍ପ ଚୈତନ୍ଯ ଲାଭ କରି ଶ୍ରୀକୃଷ୍ଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା । ସେ କହିଲା, ପ୍ରଭୁ ମୁଁ ଆପଣଙ୍କର ପ୍ରଭାବ ଜାଣି ନ ଥିଲି । ସର୍ପଜାତିର ସ୍ବଭାବ ହିଁ ହେଉଛି ଖଳ । ଆମେ ଯାହାକୁ ଦେଖୁ ତାଙ୍କୁ ଦଂଶନ କରୁ । କୃଷ୍ଣ ସର୍ପକୁ ଛାଡିଦେଇ କହିଲେ, ତୁ କାଳ ବିଳମ୍ବ ନ କରି ଏହି ହ୍ରଦ ପରିତ୍ଯାଗ କରି ତୋର ପରିବାର ସହିତ ସାଗରକୁ ଚାଲିଯାଆ । 
ଶ୍ରୀକୃଷ୍ଣ କୂଳକୁ ଆସିବା କ୍ଷଣି ସେଠାରେ ରୁଣ୍ଡ ହୋଇଥିବା ଗୋପପୁରର ଆବାଳ ବୃଦ୍ଧବନିତା ଆନନ୍ଦରେ ବିଭୋର ହୋଇ ଯାଇଥିଲେ । ମା' ଯଶୋଦା ଓ ନନ୍ଦ ରାଜାଙ୍କର ଆନନ୍ଦ କହିଲେ ନ ସରେ । ମା' ଯଶୋଦା କୃଷ୍ଣଙ୍କୁ କୋଳକୁ ଟାଣି ନେଇ ପୁତ୍ର ଜ୍ଞାନରେ ଆଉଁସି ଦେଇ ଏସବୁ ଅଲୌକିକ ଘଟଣା କ୍ଷଣକରେ ଭୁଲି ଯାଇଥିଲେ । 
========================
ସଂଗ୍ରହକାରୀ - ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

Post a Comment

0 Comments