ଅଣହିନ୍ଦୁ - ଡକ୍ଟର ଦେବାଶିଷ ମହାପାତ୍ର

ହଜାର ବର୍ଷର ଅତ୍ୟାଚାର
ରାଜ ନେତାଙ୍କ ମିଥ୍ୟାଚାର,
ଠକ ସାଧୁଙ୍କ ବ୍ୟଭିଚାର
ହେତୁବାଦୀଂକ ଅବିଚାର,
ଏସବୁର ସମଷ୍ଟି ର ଅର୍ଥ
ହିନ୍ଦୁ ଧର୍ମ ନେବ ଶିଘ୍ର ସମାଧି,
ମହାକାଳ ର ଏ କ୍ଷୁଦ୍ର ଅବଧି । -1

ହିନ୍ଦୁ କହିବା ମାନେ ସାମ୍ପ୍ରଦାୟିକ
ହିନ୍ଦୁ ହେବା ଏଠି ସଂଖ୍ୟା ଗରିଷ୍ଠ
ସଂଖ୍ୟା ଲଘୁ ହୁଏ ଏଠି ପୁରସ୍କୃତ
ହିନ୍ଦୁ ପରି ଆମେ ସବୁ ଉପହାସିତ । -2

ଆମର ଦେବତାକୁ ମନ୍ଦିରେ ଖୋଜୁ
ଭକ୍ତ ଭଗବାନଙ୍କ ର ଅଦୃଶ୍ୟ ରଜ୍ଜୁ
ନାହାଁନ୍ତି ସିଏ ତ ମଠ ମନ୍ଦିରରେ
ଦେଖ ତୁମେ ତାଂକୁ ହୃଦୟ ଭିତରେ । -3

ସହନଶୀଳତା ଅତ୍ୟଧିକ ହେଲେ
କାପୁରୁଷତା ର ଲକ୍ଷଣ ବୋଲେ,
ଦାନିପଣେ ଅନ୍ୟକୁ ଦେଇ ନିଜ ସ୍ଥାନ
ନିଜେ ଯାଯାବର ଭଳି ଚଳୁଛି ଜୀବନ । -4

ଶରଣାର୍ଥୀ ଆମେ ନିଜ ନିଜ ଭୁଇଁ ରେ
ନିଜ ଐତିହ୍ୟ ସଂସ୍କୃତି ଗଲାଣି ଚୁଲି ରେ,
ଆଧୁନିକ ହିନ୍ଦୁ ଆମେ ଭୁଲିଛୁ ବିଗ୍ୟାନ
ଏ ବିଶ୍ଵ କୁ  ଶୁନ୍ୟ ପରା  ହିନ୍ଦୁ ର ଦାନ । -5

ସେଇ ଶୁନ୍ୟ ର ପରାକ୍ରମ ବଳେ
ସହ ସହ ସୁପର୍ କଂପ୍ୟୁଟର ଚଳେ,
ଏ ଶୁନ୍ୟ ର ସୃଷ୍ଟି  ହୁଏ ପୁଣି ଜେଉଁ ଧର୍ମରେ
ସେ ଧର୍ମ ର ଅନୁଗାମୀ ଆଜି ନିଜେ ଦ୍ୱନ୍ଦ ରେ । -6

ଅପାରଗତା ହିନ୍ଦୁ ଆମେ ମୁଣ୍ଡରେ କିଂକର
ଆସ ବିଦେଶୀ ଲୁଟିକି  ପୁଣି ଶାସନ କର ,
ଗୋଲାମୀ କରିବା ଏବେ ଆମ  ରକ୍ତ ଚରିତ୍ର
ଅନ୍ୟର ଗାଳି ଆମ ପାଇଁ   ଅତି ପବିତ୍ର । -7

ଆମେ ସବୁ ହିନ୍ଦୁ ଏବେ ବନ୍ଦ୍ଧା ଜଡତ୍ୱ ରେ
ବିଧର୍ମୀ ସବୁଠି  ଆମ ମନ୍ଦିର ଦ୍ୱାର ରେ
କାଲି ସେ ବସିବେ ଆମ ଘରର ପ୍ରାଂଗଣ
ମୃତ୍ୟୁଂ ଦେହି ର ହେବ ପୁଣି ଉଚ୍ଚାରଣ । -8
++++++++++++++++++++++++++
।। କ୍ଷିପ୍ର ଗତିରେ ହିନ୍ଦୁ ସଂଖ୍ୟା ଲଘୁ ଆଡ଼କୁ ଗତି କରୁଥିବା
ଦୃଷ୍ଟିରେ ରଖି ଏ ଭାବଉଦ୍ଧିପକ କବିତାଟି ଲିଖିତ ।
++++++++++++++++++++++++++

Post a Comment

0 Comments