
ଏହି ସମୟରେ ଦୁଇଭାଇ ସେହି ଲୋକ ମାନଙ୍କ ଗହଳରେ ଛିଡା ହୋଇ ଲକ୍ଷ୍ୟ କଲେ ଯେ କିଛି ଦୂରରୁ ବଳଦ ଗାଡ଼ିଟିଏ ସେହି ବାଟ ଦେଇ ଆସୁଛି l ସମସ୍ତେ ନିଷ୍ପତ୍ତି ନେଲେ ଯେ ସେହି ବଳଦ ଗାଡ଼ିରେ ବସି ମେଳା ଦେଖିବାକୁ ଯିବେ l ସମସ୍ତେ ମନ ଆନନ୍ଦରେ ବଳଦ ଗାଡିକୁ ଚଢ଼ିଗଲେ l ପରସ୍ପର ମନ ଖୁସିରେ କଥାବାର୍ତ୍ତା ହେବାରେ ଲାଗିଲେ l କିଛି ସମୟ ପରେ ବଳଦ ଗାଡିର ଚାଳକ ଜାଣିବାକୁ ପାଇଲେ ଯେ ଭୀମ ଓ ତାର ଭାଇ ଅଛବ ମାହାର ଜାତିର ପିଲା l ସେତେବେଳେ ଛୁଆଁ ଅଛୁଆଁ ଭେଦ ଭାବ ସମାଜରେ ବହୁ ପରିମାଣରେ ଥିଲା l ତେଣୁ ଚାଳକ ସଙ୍ଗେ -ସଙ୍ଗେ ଗାଡିକୁ ଛିଡା କରାଇ ଭୀମ ଓ ତା ଭାଇକୁ ଗାଡ଼ିରୁ ଓହ୍ଲାଇ କଟୁ ଭାଷାରେ ଗାଳିଦେଲେ l ଏଥିରେ ଭୀମ ଲଜ୍ଜିତ ହୋଇ କାନ୍ଦିବାରେ ଲାଗିଲା ଓ ଗାଡିଟି ସେମାନଙ୍କୁ ଛାଡି ଆଗକୁ ଆଗେଇଲା l ଏଇ ଘଟଣା ପରେ ଭୀମ ପ୍ରତିଜ୍ଞା କଲା କିପରି ଏହି ଘୃଣିତ ପ୍ରଥାକୁ ଭାରତରୁ ଲୋପ କରିବ l
ଆମ ପରି ସେଇ ଛୋଟ ପିଲାଟା ବଡ଼ ହେଲା, ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଇଂରେଜ ମାନଙ୍କୁ ଭାରତରୁ ତଡ଼ିବାକୁ ସମର୍ଥ ହେଲା l ଶେଷରେ ସେ ଛୁଆଁ ଅଛୁଆଁ ଭେଦ ଭାବକୁ ଦେଶରୁ ମୂଳପୋଛ କରିଦେଲା l ସେହି ଛୋଟ ପିଲା ଭୀମ ସକପାଳ ହେଉଛନ୍ତି ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକର l ସେ ଥିଲେ ଭାରତର ସମ୍ବିଧାନର ଜନକ l
-----------*------------
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
------------*-----------------
0 Comments