ବରଣୀକନ୍ଯା ବରଷାରାଣୀ ଗୋ - କବିତା ମହାନ୍ତି

ବୈଶାଖ ଜେଷ୍ଠେ ନିଦାଘ  ଜାଳୁଛି
ଉହ୍ନେଇରେ ହୁତାଶନ
ଅନଳୁ ତପତ ହୃଦୟ ଦହଇ
ଅନ୍ୟର କଟୁ  ବଚନ ।

ବରଣୀକନ୍ଯା  ବରଷାରାଣୀଗୋ
ଆସ ଆସ ଧରା ବୁକେ
ମେଘପୁଷ୍ପ ବିଂଚି ତପତ ବିନାଶ
ବିକଳ ପରାଣ ଡାକେ ।

ତୁମେ ଆସିଗଲେ ଆସିବ ସମୀର
ଶୀତଳତା  ଯିବ ଭରି
ହସିବ ବନାନୀ ଫୁଟିବା କଦମ୍ବ
ସଙ୍ଗୀତ  ରାଗିଣୀ ଝରି ।

ବରଷାର ଧାରା ମଧୁର ବଚନ
ସୁଧା  ଢାଳି ଦିଏ ପ୍ରାଣେ
ହୃଦୟ କନ୍ଦରେ ବନ୍ଧା  ପଡିଯାଏ
ପ୍ରୀତି ର  କୁସୁମ ବୁଣେ ।

ଏଶୁଷ୍କ ଧରା ହେବ ମଧୁମୟ
ରିମ୍‌ ଝିମ୍‌ ବରଷାରେ
ମୟୂର  ନାଚିବ  ଝିଙ୍କାରି ଗାଇବା
ଆଷାଢ ର ପ୍ରେମ ପରେ।

ପ୍ରୀତିର ପାଖୁଡ଼ା  ଖୋଲିବ କୁମୁଦ
ଚଖାଇବ ପ୍ରେମ ମଧୁ
ମାନବ ପ୍ରେମର ମହୁଆ ମହକେ
ପ୍ରରଷିବ ସୁଧା ସାଧୁ ।
================
ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ କଣ୍ଟାପଡା କଟକ

Post a Comment

0 Comments