ରଖିବା ଉଚ୍ଚେ - ପ୍ରଣତି ମହାପାତ୍ର

🇵🇾🇵🇾🇵🇾🇵🇾🇵🇾🇵🇾🇵🇾🇵🇾
ସାହିତ୍ୟର ସବୁ ସାରଥୀ ଆମେ ତ
ବିକାଶର ଧାରା ବୁହାଇ ଦେବା
କଥାରେ କାମରେ କମାଣ ଫୁଟାଇ
ମାତୃଭାଷା ଆମ ଉଚ୍ଚ ରଖିବା।

ଭାଷା ବିକାଶର ସୁଯୋଗ୍ୟ ସାରଥୀ
ନ ରହିବା ଆମେ କେବେ ନୀରବ,
ବାଦ ବିବାଦରେ ଲିପ୍ତ ନ ରହି
ବଢାଇବା ଆମ ଦେଶ ଗୌରବ।

ସ୍ଵାଧୀନ ଭାରତ ସନ୍ତାନ ଆମେ
ଗଣତନ୍ତ୍ରର ଶାସନେ,
ଏକତା ମନ୍ତ୍ରେ ଦିକ୍ଷୀତ ହୋଇ
ହିଂସା ଦ୍ଵେଷ  ନ ରଖିବା ମନେ।
🏵🏵🏵🏵🏵🏵🏵

Post a Comment

0 Comments