ମାଁ ମାଁ ବୋଲି ଡାକି ମୁଁ ପାରୁନି !! - ସୁରଥ ପାଇକ

କୃପାମୟୀ କର କରୁଣା
     ଛୁଇଁ ମାତାଙ୍କ ଚରଣ
ମହାମାୟୀ ଜନମ ଧାତ୍ରୀ
      ସବୁ ମାଁ ତୁମରି ଦାନ ।।

ଦୁଇ ଦିନିଆର ଏଇତ ଦୁନିଆ
       ଏନ୍ତୁଡ଼ି ଶାଳ ଓ ମଶାଣି
ଏତେ ଦୁଃଖ କଷ୍ଟ ପାଇ ମାଆ ଲୋ ତୁ
        ସୁ ଓ କୁ କାମ ସହିଲୁଣି ।।

ମାଁ ମାଁ...ବୋଲି ଡ଼ାକି ମୁଁ ପାରୁନି
         ଡ଼ାକୁଛି ମାଁ କୁ ହାତ ଠାରି
କଥା ଶୁଣି ପାରୁନାହିଁ କହିପାରୁ ନାହିଁ
      କଥା ହୋଇ ଥାଉ ଠରା ଠରି।।

ଜନମରୁ କେବେ ମାଁ କହିନାହିଁ
       ପୁଅର ସେ ଡାକ ମାଁ ଶୁଣିନାହିଁ
ମାଁ କୋମଳ ସ୍ପର୍ଶେ ଜୀବନ ପାଇଲି
       ସୁଖ ଦୁଃଖ ପଥେ ଜୀବନ ଯାଉ ମୋ ସହି ।।

ତୋ' ପଣତ କାନିରେ ମୁଁହ ପୋଛି ଦେଲେ
        ଦୁ୍ଃଖ କଷ୍ଟ ହୁଏ ଦୁର
ମୋ ଜୀବନ ଝୁଲଣା ତୋରି କୋଳେ
        ତୋ କୋଳେ ମୋର ସରଗ ପୁର ।।

ଆଖିରୁ ଆମ ଝରଇ ଲୁହ
        ଭାବିଲେ ମାଁ ତୋ କଥା
ନିଜ ହାତେ ନିଜ ଲୁହ ଧରି
        ରହିପାର ତୁମେ ନିରବତା ।।

ରୋଗ ଶଯ୍ୟାରେ ପଢିଥୀଲି ମୁହିଁ
         ପୁନର ଜନମ-ଲଭିଅଛି ତୋ' ସେବାପାଇ
         ନିଜର ଲୁହକୁ ନିଜେ ପିଇ
ମାଁ ମାଟି ପରି ରହିଗଲୁ ସହି ।।

ହାତ ହାତରେ କଥା କୁହ
         ହାତ ଯେ କଥା କୁହା ପାଟି
କଥା ଶୁଣି ମୁଣ୍ଡ ହଲେଇ
          ମଥା ସେହି ତୁମ କରନ ଟି ।।

ମୁଣ୍ଡର ଝାଳ ତୁଣ୍ଡରେ ମାରି
          ରଖିଥିଲ ମୁଣ୍ଡ ଚୁଟି ନୁଖୁରା
ନିଜେ ନ ଖାଇ ମାଆଲୋ ତୁମେ
           ଆମକୁ ଖୁଆଇ ଥିଲ ପେଟ ଭରା ।।

ଜନମେ କଥା ପଦେ ନ କହି ମାଁ ମୋର
        ନିଜ କାନେ କଥା ନ ଶୁଣି
ତୋମ ଜାଢି ଭାଷାର କଥା କୁହା
        ମାଁ ମାଁ....ବୋଲି ଡ଼ାକି ମୁଁ ପାରୁନି ।।
💐💐💐💐💐💐💐💐

ଗ୍ରାମ-ଗଙ୍ଗାପୁର,ଗଜପତି
ମୋ..ନଂ-୯୭୭୭୭୯୭୦୨୫/୮୦୧୮୦୦୫୫୩୮

Post a Comment

0 Comments