ପ୍ରେମରେ କରିଲି ଯତନ ବହୁତ - ଅକ୍ଷୟ ମହାନ୍ତିଙ୍କ ଗଜଲ୍


ପ୍ରେମରେ କରିଲି ଯତନ ବହୁତ           ଯେପରି ନହୁଏ ଅପରାଧ
ତା କଥା ଛାଡ଼, ପ୍ରଥମରୁ ସେ ତ          ପ୍ରେମକୁ ବୁଝିଲା ଅପରାଧ॥

ମୁଁ ତ ଚାପିନେବି ଲୁହ ମୋର ଯେତେ   ଲୁଚାଇ ଦେବୀ ମୋ ଅବସାଦ
ଲୁହ ଯଦି ମୋର ଗୀତ ହୋଇ ଝାରେ   ସେ କି ହେବ ତେବେ ଅପରାଧ॥

ତା ବିନା ଯାଉଛି ବହି ମୋ ଜୀବନ       ଜୀବନରେ ନାହିଁ ସୁଆଦ
ତା ବିନା ବଞ୍ଚି ସତେ ଅବା କରେ          ସବୁଠାରୁ ବଡ ଅପରାଧ॥

ଦିନ ଥିଲା ଦିଏ ସେ ମୋ ପାଇଁ           ଚନ୍ଦନ କଳା ଅପବାଦ
ଆଜି ସେ ପୁଣି ମୋ ନାମ ମୁହଁରେ       ଧରିବାକୁ ମଣେ ଅପରାଧ॥

Post a Comment

0 Comments