ଦୁଃଖର ଦରିଆ ଦୁନିଆ ଭିତରେ କୁହ ତେବେ କିଏ ସୁଖୀ
ଯାହାକୁ ପଚାରେ ଅଜାଣତେ ତାର ମୁହଁ ତ ଯାଉଛି ଶୁଖି॥
ସୁଖ ଦୂରକଥା ଏଇଥି ପାଇଁ
ମୁଁ ସବୁଠାରୁ ବଡ ଦୁଃଖୀ
ଯେ, ସେ ମୋ ପାଇଁ
ଦୁଖ ସହି ମୋତେ କରିବାକୁ ଚାହେଁ ସୁଖୀ॥
ମୋ ଆସିବା ଜାଣି ତରତରେ ସେ ତ ପୋଛି ନେଲା ତାର ଆଖି
ଏ ଯାଏଁ ଲିଭିନି ଗାଲରୁ
କଜଳ ଲୁହ ତ ଯାଇଛି ଶୁଖି॥
କଥା କିଛି ନାହିଁ ହେଲେ ତାର
ମୋର ହୋଇଗଲେ ମୁହାଁମୁହିଁ
ମୋ ଗଳା ଆଉ ତାର ମୁହଁ
କିଆଁ ଆପେ ଆପେ ଯାଏ ଶୁଖି॥
ତା ଦୁଃଖର ସିନା ମୁଁ ରହିଲି
ସାକ୍ଷୀ ମୋର କିଏ ହେବ ସାକ୍ଷୀ
ମୋ ଦୁଃଖ ଶୁଣି ଦୁନିଆ
କହୁଛି ତମେ ସବୁଠାରୁ ସୁଖୀ॥
0 Comments