ସିନିୟର କବି - ନରେଶ କୁମାର ବେହେରା

ରବିବାର ଶୀତୁଆ ଖରାର ମଜାକୁ
ଗର୍ମା ଗରମ୍ ସମୋସା କବିତା ଆସରର
ଫ୍ରେଶ୍ କରିଦିଏ ପୁରା ଦିନଟା,
ଜଗିଥାଏ କେତେ ଜଲଦି ଡିଆଁ ମାରିବି
ଗାଇଦେଇ ଦୁଇ ଧାଡି ମୋ ଗୀତ
ଜଗିଅଛି ପଖୋରୀ ହୁଡାରେ ମୋ ମିତ
ଯିବୁପରା ବେଲାଭୁମୀ ମହୋତ୍ସବ । 

ଡରଥାଏ କାଳେ ଧରେଇଵ ମୋତେ
ନୂଆଁ ପତ୍ରିକାକୁ ତା’ର
ମାଗିବ ଯଦିଓ ଏକ ଶତ ମୁଦ୍ରା
କହିଦେବି ଦାନ୍ତ ଦେଖେଇ,
ହେଇପରା ଧାଇଁ ଆସିଥିଲି ଖାଲି
କବିତା ଆସର ପାଇଁ
ପକେଟରେ ଖାଲି ଦଶଗୋଟି ମୁଦ୍ରା
ଜେରକ୍ସ କରିବା ପାଇଁ । 

ବାହାରିଛି ଯେଣୁ କବିତାଟି ମୋର
ଜାଣିବେଟି ଫେଶବୁକ୍ ମେଳ
ଭାବୁଛି କ’ଣ ସେ ମୋଠୁଁ ଚାଲାକ୍
ମୁଁ ପରା କବି ସିନିୟର ॥ 

ଭାବୁଭାବୁ ଶଳା ଆସିଗଲା ପରା
କହିଦେବି ଏଇ ନାଇଁ
ଭଲହେଲା ଆସି ଗଲା-ମୋ ଡାକରା
କବିତା ପଢ଼ିବା ପାଇଁ
ଦୁର୍ଭାଗେ ବଂଚିଲି ବଂଚିଗଲା ମୋର
ଦଶଟି ମୁଦ୍ରା ଆଜିର
କିଅଣ କରିବି ଜେରକ୍ସ କପିଟା
ମୋବାଇଲି ଅଛି ଯାର ॥ 

ଚାହୁଁନି ଅଧିକା ଲେଖିବାକୁ କିବା’
ପ୍ରଶଂସାର ଭରପୁର
ଜାଣିଛତ’ ମୋତେ କହିବି କି ଆଉ
ମୁଁ ଜଣେ କବି ଛାର’
ବଜାଏ ମୁଁ ଡଂକା ମୋର,
ଯୋଉଠିକୀ ଯାଏ ଛାଡନ୍ତି ଆଗରେ
ବସିବାକୁ ସିଟ୍ ମୋର । 

ବୁଝି ମୁଁ ପାରେନି, କେତେ ମୁଁ ଗଣିବି
ସାହିତ୍ୟର ସଭାଘର
ଦିନ ପ୍ରତିଦିନେ, ପ୍ରତିଟି ସାହିରେ
ଦେଖେ ନୁଆ ପ୍ରତିଭାର । 
ତମକୁ ଏ ସବୁ କହିକହି ପରା
ଶୁଖିଲାଣି ଗଳା ମୋର
ଶୁଣିବାକୁ ଆଉ, ଯଦି ତୁମ ଇଚ୍ଛା
ଆସ ଆର ରବିବାର ॥ 

Post a Comment

0 Comments