ମା' - କିରଣ ମନୀଷା ମହାନ୍ତି

ତା ସେହ୍ନ କେବେ ସରେ ନାହିଁ
ଅସରନ୍ତି ତା ସେହ୍ନ ଭଣ୍ଡାର
ଲୁହ କୁ ଚାପି ଧରି ନୀରବରେ କାନ୍ଦେ
ଭୋକର ଦାଉରୁ ଆମକୁ ଖୁଆଇ
ଓଠର ଟିକିଏ
ହସ ପାଇଁ ସେ ଡେଇଁ ଯାଏ
କଣ୍ଟା ବନ ॥

ତା ଚିରା ପଣତରେ
ଅନେକ ସେହ୍ନ ଲୁଚି
ରହିଥାଏ
ଆମ ଖୁସିରେ
ସେ ଖୁସି ହୋଇ ଫାଟି ପଡେ
ସେ ଆମ ମା'
ମା'ର ବା ଋଣ କଣ ସୁଝି ହେବ?

ତା' ସନ୍ତାନର ମଙ୍ଗଳ ପାଇଁ
ମନ୍ଦିର ଦୁଆରେ
ଦୀପ ଜାଳେ ମଙ୍ଗଳ କାମନା କରେ
ସେ ଏବେ ବି ଲୁଚି ରହିଛି
ମୋ ହୃଦୟରେ
ସତ ଦିନେ ଏ ମଶାଣି
ମାଟି ଆଗରେ ସେ ତା ଦମ୍ଭ
ହାରିଥିଲା
କିନ୍ତୁ ହାରିନଥିଲା
ତା ମନର ଭଲ ପାଇବା ଟିକେରୁ ...
ମୋର ଆଜି ବି ମନେ ପଡେ
ଦିନେ ତାକୁ ଦମ୍ଭ କରି
ଆମେ  ଭାଇଭଉଣୀ
ଚାଲି ଶିଖିଛୁ
ଟିକିଏ ଝୁଣ୍ଟି ପଡିଲେ
ସେ ଦଉଡି ଆସେ
ମାଟି ଚୁଲି ଘରୁ
ତେଣେ ଭାତ ପଛେ ଯାଉ ହେଇଯାଉ ॥

ଆଜି ବି ସତରେ
ଭାରି ଇଚ୍ଛା ହୁଏ
ପିଲା ଦିନକୁ ଫେରି ଯାଇ
ତା' ହାତର ଆଙ୍ଗୁଳି ଧରି
ପୁଣି ସେଇ କୁହୁଡି ଝାପସା
ଅଫେରା  ରାସ୍ତାରେ ଯିବାକୁ ॥

Post a Comment

0 Comments