କଳଙ୍କିତ ଏହି ନାୟକ ଆଖିରୁ ଲୁହ ବି ପଡ଼ିଲେ ଝରି
ଦୁନିଆ ଯେ କହେ କାନ୍ଦୁଛି
ପୁଣି ସେ ନୂଆ କିଛି ପାପ କରି॥
ହେଲେ ଏଣେ ଦେଖ କିଏ ଦୋଷ
ନିଏ ଖାଲି ଟିକେ ଗପ କରି॥
ଭଲପାଇବାର ବାଟେ ଚିରଦିନ ଶିଉଳି ରହିଛି ଜମି (ହେଲେ)
ଭଲପାଏ ଯିଏ ପାଏ ସିଏ ଭଲା କେବେ ବାଟ ଚାଲେ ମାପକରି!
ପ୍ରିୟତମା ଥିଲା ବହୁତ
ଦାମିକା ଚାଲିଗଲା ପରେ ଯାର
ବେଳ ମୋ କଟୁଛି ଆଜିକାଲି
ଖାଇ ନିଜ ସାଥେ ଗପ କରି॥
ଅକ୍ଷୟ ସେ ତ ଜଳି ଜଳି
ଶେଷେ ଉଦାସେ ଦେଇଛି ଥୋଇ
ସୁନ୍ଦରୀଙ୍କର
ଫେରିବା ବାଟରେ ହ୍ରୁଦୟକୁ ଦୀପ କରି॥
0 Comments