ମରିବାକୁ ଥିଲା ବହୁବାଟ ହେଲେ - ଅକ୍ଷୟ ମହାନ୍ତିଙ୍କ ଗଜଲ୍


ମରିବାକୁ ଥିଲା ବହୁବାଟ ହେଲେ         କାହିଁକି ମୁଁ ଭଲ ପାଇଲି
ଦୁଃଖ ଭୁଲିବାକୁ ଲୁହ ନ ଢାଳି             ମୁଁ କାହିଁକି ବା ଗୀତ ଗାଇଲି

ସେ ଛାଡିବନି ଗରବ ତାହାର              ମୁଁ କିଆଁ ଯିବିରେ ନଇଁ
ମଥା ପୋତି କିଆଁ କହିବି ତୋ ଲାଗି     ଦୁନିଆକୁ ଛାଡି ଆସିଲି

ମନରେ ନଥିଲା ଅନୁତାପ ଟିକେ         ମଥା କୋଡି ମରିବାକୁ
ଏତିକି ଦୁଃଖ ମଥା କୋଡ଼ିବାକୁ            ତୋ ଦୁଆର କିଆଁ ବାଛିଲି ॥

ହାୟ ଯଦି ଠାରେ କହିଥାନ୍ତା ସିଏ         ହୃଦୟ ତାହାର ଖୋଲି
ଯେ ଅକ୍ଷୟ ଲାଗି ଜିଇଁଥିଲି ଆଉ         ଅକ୍ଷୟ ଲାଗି ମରିଲି ॥

Post a Comment

0 Comments