ହେ ଜାତିର ଜନକ - ସ୍ନିଗ୍ଧା ସାମନ୍ତରାୟ

ଶହେ ପଚାଶ ତମ ଜନ୍ମ ଦିନରେ
ହୃଦୟରୁ କରେ ପ୍ରଣିପାତ
ମହାନ ମହାତ୍ମା ଦିବ୍ୟଚେତନା
ସମାଜର ହିତ ସାଧନାରେ ବ୍ରତ
ଅହିଂସା ଧର୍ମପଥେ ଯାଇ
ଇଂରେଜ  ବିରୁଦ୍ଧରେ ରହି
ପାଇ ଥିଲ କଷଣ
ଅଖଣ୍ଡ ଭାରତର ସ୍ବାଧୀନତା
ସ୍ୱପ୍ନ ରାମ ରାଜ୍ୟ ପରିକଳ୍ପନା

ସତ୍ୟ ଅହିଂସା ମହାଶକ୍ତିର
ପ୍ରତୀକ୍ଷଣେ ଆନ୍ଦୋଳିତ
ତୁମଆତ୍ମାର ସ୍ପନ୍ଦନ ସକଳ
ବେଦନା କରିଥିଲ ବରଣ
ଖଦିର ପ୍ରସାର ମହିଳା ସଶକ୍ତିକରଣ ଏ ସବୁ ବିକାଶ
ତୁମ ସ୍ବପ୍ନ ଭାରତ ଲାଗେ ଆଜି
ସଂପୂର୍ଣ୍ଣ ଅଧା
କ୍ଷମତାର ସିଂହାସନେ ସବୁ ଦୌଡମାନ
ବାପୁ ଜୟନ୍ତୀ ନାମେ କରନ୍ତି ସ୍ମରଣ
ହେ ଦିବ୍ୟତ୍ମା ପୁରିଲାଣି ଭାରତ
ଶାସନର ପାପ କଳସ
ତମେ ଆଉ ଥରେ ଜନ୍ମ
ହୋଇ ଆସ
ସଂକଳ୍ପ ବଦ୍ଧ ସଂଗ୍ରାମୀ
ଆଉ ନାହାଁନ୍ତି ଏ ମହୀ ତଳେ |
------------------------------------------------------------
ମୋବାଇଲ - ୭୯୭୮୭୦୯୩୬୬

Post a Comment

0 Comments