ପ୍ରତିକ୍ରିୟା ପରଖିବା ପାଇଁ
ଈଶ୍ଵର ଯେଉଁ ଟୋପାଏ
ନିଜ ଦେବତ୍ଵରୁ ଆଣି ଥୋଇଲେ
ତାହା ମଣିଷ ଭିତରେ
ହୃଦୟ ପାଲଟିଗଲା ।
ପ୍ରେମ ପକ୍ଷୀ
ଲାଲ୍ ଟହଟହ ଫଳ ଭାବି
ଲୋଭ ନ ସମ୍ଭାଳି
ହୃଦୟରେ ଆପଣାର
ଚଞ୍ଚୁ ଲଗେଇଦେଲା
ଚଞ୍ଚୁର ଆଘାତରେ
ହୃଦୟରୁ ରୁଧିର ନଝରି
ଝରିଲା ଦିବ୍ୟତା ।
ମୁଠାଏ ଝୁଣା ପରି ହୃଦୟ
ତାକୁ ଯେବେ
ପକେଇ ଦିଆଗଲା ନିଆଁରେ
ସେ ଦିଗ୍ ବିଦଗ ବ୍ୟାପିଗଲା
ମହ ମହ ବାସନାରେ ॥
0 Comments