ଝରା ଶେଫାଳି ମୁଁ ଝରି ଝରି ଯିବି
ଏଇ ମାଟି ମା କୋଳେ
ରଖିଛି ବିଶ୍ଵାସ ପାଇବି ପରଶ
ମନ ଝୁରେ ଆକୁଳେ....
ସଂଜରେ ମୁଁ ଫୁଟି ମୋ ବାସ ଚହଟି
ଅଛି ତୁମରି ସେବାରେ
ତୁମେ ମୋର ଦୀପ ମୁଁ ତୁମ ସଳିତା
ଶକ୍ତି ଦିଅ ଜଳିବାରେ
ପ୍ରଭାତେ ଆସିବ
ମୋ ମନ ରସିବ
ପାଇବି ମୁଁ ସେବା ବଳେ
ମନ ଝୁରେ ଆକୁଳେ.....
ଏଇ ବିଭାବରୀ ସଜାଏ କବରୀ
ବାନ୍ଧିଛି ଘନ କୁନ୍ତଲ
ତୁମ ଶିହରଣେ ଝାଉଁ ଳି ଲାଜରେ
ଦେବି ପ୍ରେମ ଉପହାର
ଯିବି ମୁଁ ମଉଳି
ଏତିକି ମୋ ଅଳି
ଲାଗିଥିବି ତୁମ ଗଳେ
ମନ ଝୁରଇ ଆକୁଳେ,
ଝରା ଶେଫାଳି ମୁଁ....
-----------------------------------------
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
ମୋବାଇଲ - ୭୦୦୮୩୭୩୨୪୯
ଏଇ ମାଟି ମା କୋଳେ
ରଖିଛି ବିଶ୍ଵାସ ପାଇବି ପରଶ
ମନ ଝୁରେ ଆକୁଳେ....
ସଂଜରେ ମୁଁ ଫୁଟି ମୋ ବାସ ଚହଟି
ଅଛି ତୁମରି ସେବାରେ
ତୁମେ ମୋର ଦୀପ ମୁଁ ତୁମ ସଳିତା
ଶକ୍ତି ଦିଅ ଜଳିବାରେ
ପ୍ରଭାତେ ଆସିବ
ମୋ ମନ ରସିବ
ପାଇବି ମୁଁ ସେବା ବଳେ
ମନ ଝୁରେ ଆକୁଳେ.....
ଏଇ ବିଭାବରୀ ସଜାଏ କବରୀ
ବାନ୍ଧିଛି ଘନ କୁନ୍ତଲ
ତୁମ ଶିହରଣେ ଝାଉଁ ଳି ଲାଜରେ
ଦେବି ପ୍ରେମ ଉପହାର
ଯିବି ମୁଁ ମଉଳି
ଏତିକି ମୋ ଅଳି
ଲାଗିଥିବି ତୁମ ଗଳେ
ମନ ଝୁରଇ ଆକୁଳେ,
ଝରା ଶେଫାଳି ମୁଁ....
-----------------------------------------
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
ମୋବାଇଲ - ୭୦୦୮୩୭୩୨୪୯
0 Comments