ସମୟକୁ ସାଥିକରି କିଛି କାଳ ଜୀଇଁ ଯିବା
ଜୀବନ କହିଲେ, ଜୀବନକୁ ଜୀବନ୍ୟାସ ଦେବା
ଜୀବିତ ରୂପରେ ଜୀବନକୁ ଅତିବ୍ୟାହିତ କରିବା।
ଜୀବନର ମାନେ ନୁହଁ
ଦିନ ପରେ ରାତି
ରାତି ପରେ ପୁଣି ଦିନକୁ ଫେରି ଆସିବା
ଜୀବନ କହିଲେ, ଅଜ୍ଞାନ ଅନ୍ଧକାରରୁ
ଜୀବନର ମାନେ ନୁହଁ
ଭୋଗ, ବୈରାଗ୍ୟ ଭିତରେ ବୁଡ଼ି ରହିବା
ଜୀବନ କହିଲେ, ଦୁଃଖକୁ ଆବୋରି ସୁଖକୁ ବାଣ୍ଟିବା
ସ୍ନେହ, ଶ୍ରଦ୍ଧା, ଭଲପାଇବାର ମୂଲ୍ୟକୁ ବୁଝିବା ।
ଜୀବନର ମାନେ ନୁହଁ
ଜନ୍ମହୋଇ ପୁଣି ମୃତ୍ୟୁଆଡକୁ ଚାଲିଯିବା
ଜୀବନ କହିଲେ, ଜଡରୁ କଢ ଧରିବା
କଢରୁ ଫୁଲ ହୋଇ ଚଉଦିଗ ମହକାଇବା ।
ଦୁଇ ପାଦ ଚାଲିଯିବା
ଜୀବନ କହିଲେ,
ଅସରନ୍ତି ଲାମ୍ବା ଏକ ରାସ୍ତା
ଯେଉଁଠି ଅର୍ଥ ହାରିଯିବା, ହାରି
ହାରି ମରିଯିବା॥

0 Comments