ମୁକ୍ତି - ନରେଶ କୁମାର ବେହେରା


ତୁମେ ଯଦି ମୁକ୍ତି ଚାହଁ...
ବିଷ ଭଳି ଆବେଗରୁ ମୁକ୍ତ ରୁହ
କ୍ଷମା, ସନ୍ତୋଷ, ନିର୍ଦୋଷତା, ଦୟାଳୁତା,
ସତ୍ୟଭଳି ଅମୃତକୁ ଗ୍ରହଣ କର ।

କ୍ରୋଧ, ଘୃଣା, ହିଂସା, ଅହଂକାର, ଆବେଗ
ଆଦିର ଉପଭୋଗରେ
ମନୁଷ୍ୟ ଯେ ମରେ
ବାରମ୍ବାର...
ଅସନ୍ତୋଷର କୀଟ ଯେପରି
ସବୁକିଛି କାଟିନିଏ
ଯେପରି କେଉଁ
କର୍କଟରୋଗରୁ କମ୍ ନୁହେଁ
ମୃତ୍ୟୁ ତ ନିଶ୍ଚିତ,
ହେଲେ, ତୃପ୍ତି?

Post a Comment

0 Comments