ମାଇଚିଆ

ଜାଣେନା ତୁମେ କଣ ବୁଝ;
ହେଲେ ମୋ ପାଇଁ ତ ସେ
ଯିଏ ଜଣେ ଅଚିହ୍ନା ଝିଅଟିଏ ପାଇଁ
ଛାଡ଼ି ଆସେ
ନିଜ ବାପା ମାଙ୍କୁ
ଏକା କରିଦେଇ ।

 ସେ, ଯିଏ ହରାଇଥାଏ
ନିଜ ମାନସିକତା
ଜଣେ ସାମାନ୍ୟ ଝିଅଟିଏ ପାଇଁ
ଆଉ ହାରିଯାଏ
ସମାଜରେ, ପୁଣି ତା
ପଣତକାନୀରେ
ଡରିଡରି ଲୁଚେ ।

ହାୟହାୟ...ସେ ମାଇଚିଆ
ଧମକାଇବା, ଭିକମାଗିବା
ତା ପ୍ରକୃତି ନୁହେଁ,
ସେ ତ
ଡରିଡରି ଲୁଚିବା, ଆଉ
ସେ ମାଗିଖିଆକୁ
ଭିକ ନ ଦେବାରେ ଥାଏ ।
--------------------------------------------
- ନରେଶ କୁମାର ବେହେରା
ମାର୍ଫତ୍ - ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ନ ରୋଡ଼, ବ୍ରହ୍ମପୁର, ଗଞ୍ଜାମ
ମୋବାଇଲ - ୭୮୦୯୮୭୨୪୮୩

Post a Comment

0 Comments