ଶୁଣ ସରକାର – ନିରଞ୍ଜନ ନାୟକ

ସେଦିନ ତୁମେ ନୀରବ ରହିଲ ବୋଲି
ଚାଷୀର ମନ ଭାଙ୍ଗିଗଲା
ସେ ମରିବାର ପଥ ବାଛିନେଲା
ତୁମେ ଚାହିଁଲାଣି ଥରୁଟିଏ ବୋଲି
ବେସ୍ ହଟହଟା ହେଲା
ହତାଶ ହୋଇ...
ଦିଣ୍ଡା ଟୋକିମାନେ ଜୀବନ ହାରିଲେ...

ତୁମେ କିଛି କହିଲନି ବୋଲି
ଭଲ ମଣିଷ ଫସିଗଲା
ଗରିବ ବିଚରା ଜେଲ୍ ଗଲା
ସେଠି ପାପୁଲି କଟିଲା
ଏଠି ଗୁଳିଫୁଟିଲା
ଅସହାୟ ମାଆର ଛାତି ଫାଟିଲା
ତୁମେ ଦାନ୍ତନିକୁଟି ଖତେଇହେବା
ସାରହେଲା...

ତୁମେ ବିକାଶ ଚାହିଁଲନି ବୋଲି
ଅପହଞ୍ଚ ହେଲା
ନଗଡାର ନାଇ ଦିଶିଲା
ବାଲ୍ୟବନ୍ତର  ହାହାକାର ଶୁଣିଲା
ଟଙ୍କଧର ଟାଙ୍କୁ ଖାଇଲା
କାଶୀପୁରର ଖାଲୁଆପେଟ
ଶୁଖିଲାମୁହଁ
ଟିଭି ପରଦାରେ ବାରବାର ଦିଶିଲା
ଗରିବର ଭାଗ୍ୟ ସେମିତି ଅଟକିଗଲା
ଏବେ ଙ୍ଗର ମଣିଷର ପେଟ ଜଳୁଛି
ସାରା ଙ୍ଗର ଏବେ ଭୋକିଲା
----------------------------------------
ଠିକଣା-ଗୌଡ ସାହି ଟିକିରି, ବ୍ଲକ-କାଶିପୁର ଜିଲ୍ଲା -ରାୟଗଡା, 765015
ମୋ-9437317417

Post a Comment

0 Comments