ପୂଜା ସାଇକ୍ଳୋନ୍ ଅଫର୍ର - ନରେଶ କୁମାର ବେହେରା


ଦଶହରା ଆସିଗଲା ପୂଜା ମେଢ ବସିଲା
ନୂଆନୂଆ ଚାନ୍ଦିର ଡିଜାଇନ ସବୁ ଲାଗିଲା
ବଜାରରେ କମ୍ପିଟିଶନ ଦର ଟିକେ ଖସିଲା
ଜିଏସଟି ଲାଗୁ ପଛେ ସ୍ତ୍ରୀ ମନ ମୋହିଲା
ଦଶହରା ଆସିଲା... ଚାନ୍ଦି ମେଢ ବସିଲା...

ମା ମୋର ଆସିଗଲେ ଡରିଯାନ୍ତି ସବୁ
ବର୍ଷକର ଅସନା ସେ ନେଇଯାନ୍ତି ଏଠୁ
କରନ୍ତି ପ୍ରତିବରଷ ସ୍ଵଚ୍ଛଭାରତ ଅଭିଯାନ୍
ଦିଅନ୍ତି ପୂଜାର ସେ ଅଫର୍ର ଅଫ ସାଇକ୍ଳୋନ୍

ଦଶଭୁଜା ମା ତୋତେ ଲଗାନ୍ତି ଯେ ଭୋଗ
ଜୀବନର ଚିନ୍ତା ଘାରେ ହୁଏ ନାହିଁ ଲୋଭ
କାଟି ଖାନ୍ତି ବର୍ଷସାରା କୁକୁଡ଼ା ଓ ଛେଳି
କହନ୍ତି ଭକତ ଏବେ ନ ହୁଅଇ ବଳି

ଦୟାକର କୃପାକର ହେ କରୁଣାମୟୀ
ନିୟତିକୁ ନାହିଁଡର, ଆଜି ମୁଁ ନିର୍ଭୟୀ
ଚାଲୁତୋର ଅଭିଯାନ ସ୍ଵଚ୍ଛ ଭାରତର
ବଧକର ଢୋଙ୍ଗିବାବା ନରରାକ୍ଷସର
ଅପେକ୍ଷାରେ ଚାହିଁଛନ୍ତି ତୋ ସାଇକ୍ଳୋନ୍ ଅଫର୍ର...
କ୍ଵାଲିଟିକୁ ନାହିଁ ଡର, ହେଭି କ୍ଵାଣ୍ଟିଟି ଦରକାର... ॥

Post a Comment

0 Comments