ସଚେତନ ହେବା - ଦିପ୍ତୀଲେଖା ମିଶ୍ର

ଆସରେ ଆସ ଭଉଣୀଭାଇ
ହେବା ଆମେ ସଚେତନ
ନିରାପତ୍ତା ପାଈଁ ବିଦ୍ୟାଳୟରେ
ସରବେ ହେବା ନିୟନ୍ତ୍ରଣ ॥

ଖେଳକୁଦ ଆଉ ପ୍ରତିଯୋଗୀତାରେ
କରିବାରେ ନିକ୍ଷେପଣ
ଦିଦିସାରଙ୍କ ନିୟମାବଳୀକୁ
ରଖିବାଟି ଆମେ ଧ୍ୟାନ ॥

ଖାଇବା ସମୟେ ସଭିଏଁ ଆମେ
ବସିବା ଧାଡିକି ଧାଡି
ଖାଇବା ଆଗରୁ ଧୋଇବା ହାତ
ନକରିବା କଳି କି ରଡି ॥

ଆସରେ ଆସ ଭଉଣୀ ଭାଇ
ସ୍କୁଲ୍ ଦୁଆରେ ରଖିବା ଫାଟକ
ଫାଟକରେ ତାଲାଟିଏ ଝୁଲିଲେ
ହେବାରେ ଆମେ ନୀର୍ଭୀକ ॥

ଅବାଧ ପ୍ରବେଶ ନହେବା ଲାଗି
ରଖିବା ଫାଟକେ ଜଗୁଆଳୀ
ନିରାପତ୍ତାକୁ ମନେ ରଖିବା ପାଈଁ
କାର୍ଯ୍ୟକ୍ରମ ହେଉ ଭଳିକି ଭଳି ॥

ପୁଅଝିଅ ଭେଦଭାବ ନରଖି
ଖେଳୁ ଯେ ଆମେ ଖେଳ କେତେ
ଖଣ୍ଡିଆଖାବରା ହେଲେ କେବେ
ଫାଷ୍ଟଏଡ୍ ବାକ୍ସ ଖୋଲିବାସତେ॥

ବିଦ୍ୟାଳୟେ ଶିଖା ହେଉ କରାଟେ
ଦିଦିସାର୍ ଙ୍କୁ ଆମ ବିନୀତ
ତା ହେଲେ ଯାଈ ବାଘ ଭଳି ଶତ୍ରୁକୁ
କରିପାରିବାରେ ପରାଜିତ ॥

ସବୁଜିମା ହେଉ ଆମ ବିଦ୍ୟାଳୟ
ଗଛ ଲଗାଇବା ନାନା ପ୍ରକାରର
ଆମ ପରିବେଶ ହେବ ସୁନ୍ଦର
ସ୍ଵଚ୍ଛପାଣି ପିଈବା ନିରନ୍ତର ॥

ଖାଇବା ପରେ ଧୋଈବା ହାତ
ରହିବାରେ ଆମେ ନୀରୋଗ
ନିରାପତ୍ତାକୁ ଧ୍ଯାନ ରଖିଲେ
ମିଳିବ କେତେ ସୌଭାଗ୍ୟ ॥

ଆମ ସ୍କୁଲରେ ହେଉ ପାଇଖାନା
କ୍ୟାମେରା ଲାଗୁ ସବୁ କୋଠରୀରେ
ଝଡତୋଫାନ ଆସିଲେ କେବେ
ସତର୍କ ହେବା ଆମେରେ ॥

Post a Comment

1 Comments

  1. ଶିଶୁଙ୍କ ପାଇଁ ଖୁବ ଶିକ୍ଷଣୀୟ ହେଇଛି ।

    ReplyDelete