ଜୀବନରେ କେବେ ଏକାକୀ ନହେବା
ଥାଏ ସେଥିପାଇଁ ବନ୍ଧୁ
ଥିଲେ ସେ ସାଥିରେ ସହଜରେ ହେବୁ
ପାର ସାତ ମହା ସିନ୍ଧୁ...
ପ୍ରେମ ବେଳେବେଳେ ବନ୍ଧୁତା କୁ ଭାଙ୍ଗି
ତା ମଧ୍ୟରେ ଯାଏ ପଶି
ପାଇଲେ ପ୍ରେମିକା ବନ୍ଧୁ ବନ୍ଧୁ ମଧ୍ୟେ
ଦୂରତ୍ୱ ବଢ଼ଇ ବେଶୀ....
ଯେହ୍ନେ ପ୍ରେମିକାର ପ୍ରେମରେ ଭିଜିଲି
ବନ୍ଧୁକୁ ଦେଲି ପାସୋରି
ପ୍ରିୟା ର ସ୍ୱପ୍ନରେ ହୋଇଲି ପାଗଳ
ହୃଦୟେ ତାକୁ ଆବୋରି.....
କିଏ ଜାଣିଥିଲା ମରୀଚିକା ପଛେ
ଧାଁଉ ଥିଲି ମୁହିଁ ନିତୀ
ଯେତେବେଳେ ପ୍ରିୟା କଲା ଅସ୍ବୀକାର
ଫାଟି ଯାଉଥିଲା ଛାତି......
ବୁଡିଗଲା ହେଜ ସବୁଦିନ ଖାଲି
ବିତୁଥିଲା କାନ୍ଦି କାନ୍ଦି
ଜୀବନର ଏକି ଅଜବ ମୋଡ଼ରେ
ଆସି ହୋଇଥିଲି ଫନ୍ଦି.....
ଭାବୁଥିଲି ବସି ହେବାରୁ ଅଯୋଗ୍ୟ
ପ୍ରିୟା ନ କରିଲା ପ୍ରେମ
ମୁହିଁ ଯେ ଅକାମି ହୁଅନ୍ତା କିପରି
ତାହା ହୃଦ ବୀର ସମ...
ନିଜକୁ ନିଜକୁ ଦେଖିଲି ସେ କାଳେ
ନୀଚ ଠାରୁ ନୀଚ ତର
ଅକାରଣେ କିଆଁ ବଞ୍ଚିଥିବି ବୋଲି
ଭାବୁଥିଲି ବାରମ୍ବାର.....
ସେତେବେଳେ ଜଣେ ପଛଆଡ଼ୁ ହାତ
ଟାଣି କରେ ଆଲିଙ୍ଗନ
ମୋ ଆଖିରେ ଲୁହ ଦେଖି କରି ସିଏ
କରୁଥିଲା ରେ ରୋଦନ....
ମୋ ଆଖିରୁ ଲୁହ ପୋଛି ଦେଇ କୁହେ
କାନ୍ଦୁଛୁ ତୁ କାହା ପାଇଁ
ସେଇଝିଅ ପାଇଁ ତତେ ପାଇବାର
ଯାହାର ଯୋଗ୍ୟତା ନାହିଁ....
ହେବ ଯିଏ ତୋର ହୃଦୟ ପ୍ରେମିକା
ରାଣୀ ହୋଇଥିବ ସିଏ
ତୁ ହେବୁ ତା ରାଜା ଆଖି ଖୋଲି କରି
ରହିବ ଦେଖିବ ଯିଏ....
ତୋ ଠାରୁ ସୁନ୍ଦର କେହିନାହିଁ ଏଠି
ରାଜକୁମାର ଟେ ତୁହି
ଦେଉନାହିଁ ଶୋଭା ଜମାରୁ ଆଖିରେ
ଆସୁଥିବା ଲୁହ ବହି.....
ଜାଣିଲି ସେଦିନ ବନ୍ଧୁ କାହା ନାମ
ସିଏପ୍ରଭୁ ଉପହାର
ଝଡ଼ ଝଞ୍ଜା ରେ ବି ଜୀବନ କୁ ଗଢି
କରୁଥାଏ ଯେ ସୁନ୍ଦର.......
0 Comments