ଅଡ଼ୁଆ ସୂତା - କଲ୍ୟାଣୀ ନନ୍ଦ

ବୁଝି ପାର ନାହିଁ
କୁହ ସବୁବେଳେ
     ପଢି ପାର ନାହିଁ ମନ କଥା,
ମଳୟ ବାସରେ
ଫୁଲ ସୁରଭିରେ
(ସବୁ ବୁଝି କୁହ)
       ମୋ କଥା ଅଡୁଆ ସୂତା,,,
ପଢି ପାର ନାହିଁ ମନ କଥା,,,,
କୁଳୁକୁଳୁ ସ୍ୱରେ   ଅଙ୍କା ବଙ୍କା ଧାରେ
      ଆବେଗେ ଝରଣା ଧାଏଁ
ନୀରବେ ନିଥରେ
ତା ବକ୍ଷ ପ୍ରସାରି
   ସାଗର କୋଳେଇ ନିଏ
    ସାଗର ବିଭୋରେ
     ଆନନ୍ଦ ଅଧୀରେ
   ଖୋଜେ ଖାଲି ନୀରବତା
 ପଢି ପାର ନାହିଁ ମନ କଥା
           ମୋକଥା ଅଡୁଆ ସୁତା,
=========================
ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର ।

Post a Comment

0 Comments