ସମ୍ପର୍କର ସେହି ସୁମୁହୂର୍ତ୍ତ - ରଞ୍ଜନ କୁମାର ଵ୍ରହ୍ମା

ରୁନୁ ବୋଉ ରୁନୁୂ  ବୋଉ,
ଦୁଆର ମୁହଁରେ ଡାକେ ରୁନୁ ବାପା
ଶୁଣା ହେଉ ଶୁଣା ହେଉ ।

ବେଗେ ଯିବା ଆସ ଚାଲି,
ଲୁନାଟି ତିଆର କରିଅଛି ମୋର
ଲିଟରେ ପିଉଚି ଖାଲି ।

ଶୁଭାଯାଉନିକି କାନକୁ ,
ବନ୍ଦ ଘରଟାରେ କ'ଣ ବା କରୁଛ
ବେଗେ ସଳଖ ପଦାକୁ ।

ଗଲା ବେଳେ ଖୁଂଚା ଖୁଂଚି,
ସରିଗଲା ବୋଲି ପାଟିଟା ଶୁଣାଏ
ନ ଦେଖାଏ ତାର ଗଣ୍ଡି ।

ଘଡିଏ ଯେ ବେଳ ଗଲା,
ଚାଲ ଚାଲ କହି ରୁନୂ ବୋଉ ଆସି
ଧପ୍ କରି ବସି ଗଲା ।

ଅବା ଅତରର ବାସ,
ତିଆର ଲୁନାଟା ପୁଣି କ'ଣ ହେଲା
ବସୁ ବସୁ ଗଲା ହୋସ ।

ଦୁହେଁ ଅନା ଅନି ହେଲେ,
ସମୟ ପୁର୍ବରୁ ଭାଗ୍ୟଠୁଁ ଅଧିକା
ପାଇଛି କେ କିବା ଭଲେ ।
================
ଶିକ୍ଷକ - CRCC,  ଚିକିଟୀ ଗଡ଼ । )

Post a Comment

0 Comments