ମନ ମୋର ଏକ କାଗଜ ଡଙ୍ଗା - ନରେନ୍ଦ୍ର ପ୍ରସାଦ ବେହେରା

ମନ ମୋର ଏକ କାଗଜ ଡଙ୍ଗା
ଭାସି ଭାସି ଯାଏ ନଦୀର ଜଳରେ
ଭାବେ ନାହିଁ କେବେ ମନର କଥା
କେବେ ସେ କାହାକୁ କରିବ ଦେଖା
ଭାସି ଭାସି ଯାଇ ଅଥଳ ସମୁଦ୍ରେ
ଭାବନାର ଶେଷ ହୋଇ ଯାଏ
କୁଆଡେ ଯିବସେ ବୁଦ୍ଧି ବାଟ ତା'ର
ହୋଇ ଯାଏ ଆକାପାକା
ସେ ଏତିକି ଜାଣିଛି ବିପଦ ପଡିଲେ
ସାହା ଏକା ମୋର ଜଗତ ଠାକୁର
ମୋତେ ଉଦ୍ଧାର କରିବା ପକ୍କା
ଅଥଳ ସମୁଦ୍ରେ ଭାସି ଗଲି ମୁହିଁ
ରକ୍ଷା କର ରକ୍ଷା କର ଭାବଗ୍ରାହୀ
ତୁମେ ନ ରଖିଲେ ରଖିବ କିଏ ସେ
ପ୍ରଭୁ ତୁମେ ପରା ଥାଉଁ ଥାଉଁ
ଡାକିବି କାହାକୁ ଶୁଣିବ କିଏ ସେ
ଦୁଃଖ ମୋର ଵଢି ଵଢି ଯାଏ
ବିପଦ ପଡିଛି ଅଥଳ ସମୁଦ୍ରେ
ପାରି କରିବାର ସମୟ ଆସିଛି
ପ୍ରଭୁହେ ଟେକି ତୁମ ଦୁଇ ହାତ
ଆକୁଳେ ଡାକୁଛି ଭକତ ତୁମର
ଥରେ ଦେଖା ଦିଅ ମହାବାହୁ
ତୁମ ନ ରଖିଲେ ଜୀବନ ଯାଉଛି
ଅଥଳ ସମୁଦ୍ରେ ମୋର
ଭକ୍ତର ଜୀବନ ରଖିବା ପାଇଁ କି
ହୋଇଯାଉ ପଛେ ଦଙ୍ଗା
ରକ୍ଷା ହୋଇ ଯାଉ ଜୀବନ ମୋହର
ବଢାଇ ଦିଅହେ ପ୍ରଭୁ ତୁମ ଠେଙ୍ଗା
ମନ ମୋର ଏକ କାଗଜ ଡଙ୍ଗା
ମନ ମୋର ଏକ କାଗଜ ଡଙ୍ଗା  ।
==================
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments