ରାତି ପାହିଲା ସକାଳ ହେଲା
କାଉ ରାବିଲା କା',
କୁନା ଉଠିଲା ମୁହଁ ଧୋଇଲା
କହିଲା କାଉ ଆ' l
ଚାଉଳ ମୁଠେ ଥୋଇଲା କୁନା
ଦାଣ୍ଡ ଅଗଣା ପାରେ,
ଖୁସିରେ କାଉ ଖୁମ୍ପଟେ ଦେଇ
ବସିଲା ଅଗଣାରେ l
ଭାବିଲା କୁନା କାଉଟା କିଆଁ
ନଖାଇ ଗଲା ବସି,
ପାଠ ପଢୁନି ବୋଲି ମୁଁହିଁକି
ଗଲାକି ଟିକେ ରୁଷି l
କହିଲା କୁନା କାଉଲୋ ମୋତେ
ରାଗନା ଆଉ ଜମା,
ଠକିଛି ମୁହିଁ ନିଜକୁ କେତେ
କରିଦେ ମୋତେ କ୍ଷମା l
ଘରକୁ ପଶି ବସ୍ତାନି ଧରି
ଅଗଣା ପାରେ ଯାଇ,
ମନ ଖୁସିରେ ଯତନ କରି
ଖୋଲିଲା ନିଜ ବହି l
ଉଚ୍ଚ ସ୍ୱରରେ ପଢିଲା ପାଠ
ସଭିଏଁ ହେଲେ କାବା,
ମନେ ଭାବିଲେ ଏଥର କୁନା
ବଦଳିଗଲା ଅବା l
ଦେଖିଲା କୁନା ଖୁସିରେ କାଉ
ଚାଉଳ ଦେଲା ଖାଇ,
ନିଜକୁ ନିଜେ ଶପଥ କଲା
ନିଜର ବହି ଛୁଇଁ l
ଜଗତେ ଟେକ ରଖି ସେ ନିଜ
ନାମଟି ରଖିଗଲା,
ମହତ କାମ କରି ଜଗତେ
ସୁନା ପିଲା ସେ ହେଲା l
---------------------
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
--------*-------
0 Comments