
ଏକଥା ଶୁଣି ବସୁଦେବ ଓ ଦେବକୀଙ୍କର ଆଖି ଲୁହରେ ଛଳ ଛଳ ହୋଇ ଯାଇଥିଲା । ସେମାନଙ୍କର ଆନନ୍ଦର ସୀମା ନଥିଲା । କୃଷ୍ଣ-ବଳରାମଙ୍କୁ କୋଳକୁ ଟାଣିନେଇ ଆଦରରେ ଆଉଁସି ପକାଇଲେ । ଗୋପପୁରରେ ବଢିଥିଲେ ବି ସେମାନେ ତାଙ୍କରି ପୁତ୍ର । ଶ୍ରୀକୃଷ୍ଣ କଂସକୁ ବଧକରିବା ପରେ ମଥୁରା ରାଜସିଂହାସନ ଶୂନ୍ୟ ହୋଇପଡିଥିଲା । ନିଜର ପିତା ଉଗ୍ରେସନଙ୍କୁ ବନ୍ଦୀଶାଳାରେ ରଖି କଂସ ରାଜା ହୋଇ ସିଂହାସନରେ ବସି ରାଜ୍ୟ ଶାସନ କରୁଥିଲା । ତେଣୁ ତାର ମୃତ୍ୟୁ ପରେ କିଏ ରାଜା ହେବ ? ରାଜ୍ୟବାସୀ ଭାବୁଥିଲେ,ବୋଧହୁଏ ଶ୍ରୀକୃଷ୍ଣ ସିଂହାସନ ଆରୋହଣ କରିବେ । କିନ୍ତୁ ତାଙ୍କର ରାଜା ହେବାପାଇଁ କୌଣସି ଆସକ୍ତି ନ ଥିଲା । ଶ୍ରୀକୃଷ୍ଣ ତାଙ୍କର ମାତାମହ ଉଗ୍ରେସନଙ୍କୁ ହିଁ ରାଜସିଂହାସନରେ ଅଭିଷିକ୍ତ କଲେ । କଂସ ରାଜାର ଅତ୍ଯାଚାର ଯୋଗୁଁ ସର୍ବତ୍ର ଯେଉଁ ଭୟ ଓ ଆତଙ୍କ ଭରି ରହିଥିଲା ତାର ଅବସାନ ଘଟିଲା । ସମସ୍ତେ ଶାନ୍ତିରେ ନିଃଶ୍ବାସ ମାରିଲେ । ଉଗ୍ରେସନ ପୁଣି ମଥୁରାର ରାଜା ହେଲେ ।
====================
* ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା,ଖଇରା,ବାଲେଶ୍ଵର*
0 Comments