ପଶ୍ଚିମ
ଆକାଶର ଅନ୍ଧକାରରୁ ଏବଂ
ଭ୍ରମଣର
ପ୍ରବଳ ଇଚ୍ଛାରେ ପଥିକ,
ସୂର୍ଯ୍ୟ, ଚନ୍ଦ୍ର, ଆକାଶର
ଆହ୍ଵାନ,
ମନରେ
ଅଶାନ୍ତିର ବାର୍ତ୍ତା
ପାଗଳ
କରି ଦେଉଛି ତାକୁ
ଛାଡ଼ି
ଚାଲିଯିବାକୁ ସର୍ବସ୍ଵ ।
ସେ
ଜାଣିନାହିଁ,
ତା’
ଗନ୍ତବ୍ୟ ପଥର ଲକ୍ଷ୍ୟ
ଜାଣେ
ନାହିଁ, ସମୁଦ୍ରର ଫେନିଳ ପଥ,
ନୀଳ
ପର୍ବତର ଶୀତଳତା,
ପବନର
ପ୍ରଖର ବେଗ,
ମେଘ
ଉହାଡ଼ର ଜହ୍ନ,
ଜହ୍ନ
ଆଲୁଅର ଜନଶୂନ୍ୟ ରାସ୍ତା,
ଆକାଶ
ଉଦବେଳିତ ସମୁଦ୍ର,
ସବୁକିଛି
ତାକୁ ଡାକୁଛନ୍ତି,
ନଦୀ, ପର୍ବତ, ପକ୍ଷୀଏ
।
ଦେଖାଯାଉଥିବା
ବିସ୍ତୃତ
ଦିଗବଳୟ
ଦୁର୍ବାର
ଦିବାରାତ୍ରୀ,
ଫେରୁଛନ୍ତି
କେତେ ପଥିକ
ଯାଉଛନ୍ତି
ପୁଣି କେତେ
ଯାଉଛି
ଆଜି ସେ
ଅଜ୍ଞାନ୍ତ
ପଥିକ
ଫେରିବାର
ଆଶା ନାହିଁ,
ଦାୟିତ୍ଵ
ନିର୍ଦ୍ଧାରଣ କରିବ
ତା’ ଜୀବନର
ଶେଷ ପଥ ॥
0 Comments