ଶପଥର ପଥେ - ବନ୍ଦନା ମହାପାତ୍ର

ଉତ୍କଳ ଦିବସ ଆସିଲେ ମନେ ପଡ଼େ ସେହି ଦୁଇଟା ହୃଦାଫଟା ଶବ୍ଦଟିଏ।
"ଭୂମିକମ୍ପ ହେବ ଧରଣୀ ଫାଟିବ, ଉଠିବେ ସହସ୍ରଭୁଜା,
ସିଏ ତୁମ ପିତା ସିଏ ତୁମ ମାତା କର ସର୍ବେ ତାଙ୍କୁ ପୂଜା।"
ଭାଷା ଭିତ୍ତିରେ ଗଠିତ ପ୍ରଥମ ସ୍ଵତନ୍ତ୍ର ପ୍ରେଦେଶ ଓଡ଼ିଶା ୧୯୩୬ ଏପ୍ରିଲ ପହିଲାରେ ଆମ ଜାତିର ଚିରସ୍ମରଣୀୟ ପୂର୍ବଜମାନଙ୍କ ଦ୍ଵାରା। ମଧୁବାବୁଙ୍କ ନେତୃତ୍ବରେ। କେତେ ଆନନ୍ଦ ଉତ୍ସବର ଢେଉ ଖେଳିଲା। ଆମ ପରିଚୟ ମପାଇଲୁ। ଦେଢହଜାର ବର୍ଷରୁ ଆହୁରି ଅଧିକ ପୁରୁଣା ଆମ ଭାଷା।

ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ସେତେବେଳର ଆନନ୍ଦ କହିଲେ ନ ସରେ। ୧୯୫୪ରେ ଆଇନ ହେଲା ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଆଜି ଯାଏଁ ହୋଇପାରିଲା ନାହିଁ।

ଗୋଟିଏ ଜାତିର ଅସଲ ପରିଚୟ ତାର ଭାଷା। ଜାତିର ସଭ୍ୟତା, ସଂସ୍କୃତିର ସାହିତ୍ୟର ମୂଳପିଣ୍ଡ। ଗୋଟିଏ ଭାଷାକୁ ଜାଣିବା ଅର୍ଥ ଗୋଟିଏ ଜାତିକୁ ଜାଣିବା। ଭାଷା ହେଉଛି ପ୍ରତ୍ୟେକ ଜାତିର ସର୍ବଶ୍ରେଷ୍ଠ ବୌଦ୍ଧିକ ସମ୍ପଦ।  ଏହା ମଣିଷର ଚିନ୍ତନର ବାହକ ଓ ସଂରକ୍ଷକ।  ଭାଷା ଜୀବନୀର ଶକ୍ତି।

ଭାଷା ହେଉଛି ଜାତୀୟ ଜୀବନର ବାହକ। ନିଜର ମାତୃଭାଷାକୁ ଅନାଦର କାଲେ କେତେ ଯେ ବିପଦ ଯାହା ଚିନ୍ତା ଚେତନା ବାହାରେ ନିଜ ମାତୃଭାଷାକୁ ହତାଦର କରି କୌଣସି ଦେଶ ବଡ ହୋଇପାରେନା। ଶିଶୁଟିଏ ଜନ୍ମ ହେଲା ପରେ ସେ ଯେଉଁ ଭାଷାରେ ନୂଆ ଚିନ୍ତା କରି ଶିଖିବା, ଚାଲିବା, ଖାଇବା, ପଢିବା ଜାଣିଛି, ତାକୁ ଛାଡି ଅନ୍ୟ ଗୋଟେ ନୂଆ ଭାଷାର ଶିକ୍ଷା ଦେବା କି ଲଜ୍ଯାକର ଘଟଣା । ଆମେ ଆମ ଭାଷାକୁ ହତାଦର କରୁଛୁ ।  ଦାସୀ ପରି ରଖିଛୁ ।  ହେଲେ ଏଠି ମନେ ରଖିବା ଦରକାର, ରାଣୀଟିଏ ମରିଗଲେ ଦେଖାଯାଏ ଦାସୀଟିଏ ରାଣୀ ହୋଇଯାଏ । ଆମେ ଯଦି ଆମ ଭାଷାକୁ ଶ୍ରେଷ୍ଠ ମାଲିକ କରିଦେବ, ତ ଦେଖିବା ଆମ ଭାଷା ଆମ ପାଇଁ ଅମୂଲ୍ୟ ସମ୍ପଦ ହୋଇ ରହିଯିବ ।

ଯେ କୌଣସି ଜାତିର ଅଭିବୃଦ୍ଧିରେ ଭାଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଜାତି ଜୀବନ୍ତ ହୁଏ ଭାଷାକୁ ନେଇ ।  ଭାଷା ନରହିଲେ ଏକଟା ରହିବ ନାହିଁ । ଏକଟା ନଥିଲେ ବିଭାଜନ ସୁନିଶ୍ଚିତ ବର୍ତ୍ତମାନ ।

କବିସୂର୍ଯ୍ୟ ବଳଦେବ ରଥ କହିଛନ୍ତି, “ସମାଜଇ ନାଇଁ ସ୍ଵଜାତି ଭାଷା, କହିଲେ ହୁଅଇ ସେ ଲୋକହସା” ।

କବି ହରପ୍ରସାଦ ଦାସ ଗୋଟିଏ ଲେଖାରେ କହିଛନ୍ତି – ଓଡ଼ିଆଙ୍କ ଇତିହାସର ମୁଖ୍ୟ ଶ୍ରୋତାୟନ, ଭାବାତ୍ମକ, ଅଧ୍ୟାତ୍ମିତ୍କ, ଓ ସାହିତ୍ୟିକ । ଲୋକରଞ୍ଜନ ହେଉଛି ଆମ ସାହିତ୍ୟର ମୁଖ୍ୟ ଉପାଦାନ ।  ଲୋକଙ୍କୁ ନେଇ ଆମ ରାଜ୍ୟ, ଆମର ଭାଷା, ଆମର ସାହିତ୍ୟ, ଆମର ପରମ୍ପରା ।  ଆମର ଇଷ୍ଟ ଦେବତା ଜଗନ୍ନାଥ । ତେଣୁ ଓଡ଼ିଆ ଭାଷାକୁ ରଖିନପାରିଲେ ଓଡ଼ିଶା ଖଣ୍ଡ ବିଖଣ୍ଡ ହୋଇଯିବ ଆଗାମୀ ଦିନରେ। ଆଉ କିଏ ପଢିବ, ବା କାହିଁକି ପଢିବ, ପଢି କଣ କରିବ ଆମର ସାରଳାଦାସଙ୍କୁ, ଉପେନ୍ଦ୍ରଭଞ୍ଜଙ୍କୁ, ବଳଦେବଙ୍କୁ, ଜଗନ୍ନାଥଦାସଙ୍କୁ, ଅଚ୍ୟୁତାନନ୍ଦ ଦାସଙ୍କୁ, ମେହେରଙ୍କୁ, ସେନାପତିଙ୍କୁ, ଏବର ଲେଖକଙ୍କୁ ? ଯଦି ଭାଷାର ବ୍ୟବହାର ନ ହୋଇ ମୃତ୍ୟୁ ହୋଇଯାଏ । ତେଣୁ ଆସନ୍ତୁ ଆଜିର ଦିନରେ ସମସ୍ତେ ଶପଥ ସ୍ରୋତରେ ସ୍ନାନ କରି ନିଜ ମାତୃଭାଷାକୁ ସୁରକ୍ଷା ଦେବା ।
“ଭାଷା ନନ୍ଦିଘୋଷ ଚଳାଅରେ ଭାଇ, ସ୍ବାର୍ଥକୁ ଆହୁତି ଦେଇ,
ଭାଷା ବଞ୍ଚିଲେ ହେଁ ଜାତି ହିଁ ବଞ୍ଚିବ, ଏକଥାକୁ କର ଧ୍ୟାୟି ।“

Post a Comment

0 Comments