ତୁମକୁ ଦେଖିଲା ପରେ - ଆଦିତ୍ୟ ଦାସ

ଜାଣିନଥିଲି ମୁଁ       ପ୍ରେମ ପରିଭାଷା
        ଅନୁଭବ କେବେ ଥରେ,
ପ୍ରେମର କବିତା     ଲେଖିଦେଲି ବସି
      ତୁମକୁ ଦେଖିଲା ପରେ ।

ଚିତ୍ରକଳା ମୋର     ଭାରି ଅସୁନ୍ଦର
       ଚିତ୍ର ଆଙ୍କିବାକୁ ଡରେ,
ଡର ଛାଡ଼ି ଏବେ    ତୁମ ଛବି ଆଙ୍କେ
       ତୁମକୁ ଦେଖିଲା ପରେ ।

ଦୁଃଖ ଥିଲା ସିନା   ଖୁସିର ଲହରୀ
         ନଥିଲା ମୋ ଜୀବନରେ,
କେଜାଣି କାହିଁକି     ଖୁସି ଲାଗେ ଖାଲି
        ତୁମକୁ ଦେଖିଲା ପରେ ।

ଚାହୁଁନଥିଲି କି    ମିଶାଇନଥିଲି
     ମୋ ଆଖି କାହା ଆଖିରେ,
ଚାହାଣୀରେ ତୁମ     ଫସିଗଲି ଆଜି
      ତୁମକୁ ଦେଖିଲା ପରେ ।

କଥା ପଦେ ହେବା     ଭଲ ଲାଗେନାହିଁ
     ବସି କାହାର ପାଖରେ,
 ଗପିବା ସୁଯୋଗ    ଖୋଜୁଅଛି ଖାଲି
ତୁମକୁ ଦେଖିବା ପରେ ।

ସବୁବେଳେ ତୁମ    ପାଖେ ରହିବାକୁ
       ଏହି ମନ ଖାଲି ଝୁରେ,
ଖୋଜୁଅଛି ତୁମ      ମଧୁର ପରଶ
       ତୁମକୁ ଦେଖିଲା ପରେ ।

Post a Comment

0 Comments